القسم السابع: الجهاد والشهادة والغنائم
ସପ୍ତମ ଭାଗ: ଜିହାଦ, ଶହାଦତ ଏବଂ ଗନିମତ
قال رسول الله ﷺ «ارْجِعْ إِلَى أَبَوَيْكَ فَاسْتَأْذِنْهُمَا، فَإِنْ أَذِنَا لَكَ فَجَاهِدْ، وإِلَّا فَبِرَّهُمَا».
ଆଲ୍ଲାହଙ୍କ ରସୁଲ ﷺ କହିଲେ, «ତୁମେ ତୁମର ପିତାମାତାଙ୍କ ନିକଟକୁ ଫେରିଯାଅ ଏବଂ ସେମାନଙ୍କଠାରୁ ଅନୁମତି ମାଗ ଯଦି ସେମାନେ ତୁମକୁ ଅନୁମତି ଦିଅନ୍ତି, ତେବେ ଜିହାଦ କର, ନଚେତ୍ ସେମାନଙ୍କର ସେବା କର»
قال رسول الله ﷺ «الْمُجَاهِدُ مَنْ جَاهَدَ نَفْسَهُ فِي الله عَزَّ وَجَلَّ».
ଆଲ୍ଲାହଙ୍କ ରସୁଲ ﷺ କହିଲେ, «ପ୍ରକୃତ ମୁଜାହିଦ୍ ସେହି ବ୍ୟକ୍ତି, ଯିଏ ମହାନ ଏବଂ ପ୍ରତାପଶାଳୀ ଆଲ୍ଲାହଙ୍କ ପାଇଁ ନିଜ ନଫ୍ସ (ପ୍ରବୃତ୍ତି) ବିରୁଦ୍ଧରେ ସଂଗ୍ରାମ କରେ»
قال رسول الله ﷺ «سَتُفْتَحُ عَلَيْكُمْ أَرَضُونَ، وَيَكْفِيكُمُ اللهُ فَلَا يَعْجِزُ أَحَدُكُمْ أَنْ يَلْهُوَ بِأَسْهُمِهِ».
ଆଲ୍ଲାହଙ୍କ ରସୁଲ ﷺ କହିଲେ, «ତୁମମାନଙ୍କ ପାଇଁ ଅନେକ ଦେଶ ବିଜୟ ହେବ ଏବଂ ଆଲ୍ଲାହ ତୁମମାନଙ୍କ ପାଇଁ ଯଥେଷ୍ଟ ହେବେ ତେଣୁ ତୁମମାନଙ୍କ ମଧ୍ୟରୁ କେହି ଯେପରି ନିଜ ତୀର ସହିତ ଖେଳିବାକୁ (ଅର୍ଥାତ୍ ତୀରନ୍ଦାଜୀ ଅଭ୍ୟାସ କରିବାକୁ) ଅକ୍ଷମ ନ ହୁଏ»
قال رسول الله ﷺ «عَلِّمُوا أَبْنَاءَكُمُ السِّبَاحَةَ والرِّمَايَةَ».
ଆଲ୍ଲାହଙ୍କ ରସୁଲ ﷺ କହିଲେ, «ତୁମେମାନେ ନିଜ ସନ୍ତାନମାନଙ୍କୁ ପହଁରା ଏବଂ ତୀରନ୍ଦାଜୀ ଶିଖାଅ»
قال رسول الله ﷺ «لَا يَجْتَمِعُ غُبَارٌ فِي سَبِيلِ اللَّهِ عَزَّ وَجَلَّ وَدُخَانُ جَهَنَّمَ فِي مَنْخِرَيْ مُسْلِمٍ أَبَدًا».
ଆଲ୍ଲାହଙ୍କ ରସୁଲ ﷺ କହିଲେ, «ମହାନ ଏବଂ ପ୍ରତାପଶାଳୀ ଆଲ୍ଲାହଙ୍କ ମାର୍ଗରେ ଲାଗିଥିବା ଧୂଳି ଏବଂ ଜାହାନାମର ଧୂଆଁ କୌଣସି ମୁସଲମାନର ନାକପୁଡ଼ାରେ କଦାପି ଏକାଠି ହେବ ନାହିଁ»
قال رسول الله ﷺ «وَأَعِدُّوا لَهُم مَّا اسْتَطَعْتُم مِّن قُوَّةٍ، قَالَ: أَلَا إِنَّ الْقُوَّةَ الرَّمْيُ، أَلَا إِنَّ الْقُوَّةَ الرَّمْيُ، أَلَا إِنَّ الْقُوَّةَ الرَّمْيُ».
ଆଲ୍ଲାହଙ୍କ ରସୁଲ ﷺ କୁରଆନର ଆୟତ «ଏବଂ ସେମାନଙ୍କ (ଶତ୍ରୁଙ୍କ) ମୁକାବିଲା ପାଇଁ ନିଜ ସାମର୍ଥ୍ୟ ଅନୁଯାୟୀ ଶକ୍ତି ପ୍ରସ୍ତୁତ କର» ପାଠ କରି କହିଲେ, «ଶୁଣ! ପ୍ରକୃତ ଶକ୍ତି ହେଉଛି ତୀରନ୍ଦାଜୀ, ଶୁଣ! ପ୍ରକୃତ ଶକ୍ତି ହେଉଛି ତୀରନ୍ଦାଜୀ, ଶୁଣ! ପ୍ରକୃତ ଶକ୍ତି ହେଉଛି ତୀରନ୍ଦାଜୀ»
«نَهَى النَّبِيُّ ﷺ عَنْ قَتْلِ النِّسَاءِ وَالصَّبْيَانِ».
«ନବୀ ﷺ ମହିଳା ଏବଂ ପିଲାମାନଙ୍କୁ ହତ୍ୟା କରିବାକୁ ନିଷେଧ କରିଛନ୍ତି»